thelifelinemedia
Latest Odisha News, Breaking News Today

ଅର୍ଚ୍ଚନା ନାଗ ମାମଲା: ଏସ୍‌ଆଇଟିର ବୈଠକ, ୨ ଦିନରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କଲା ଇଡି

କଟକ, ୧୩/୧୧: ମାତ୍ର ଦୁଇ ଦିନର ତଦନ୍ତରୁ ଧରାପଡ଼ିଲାଣି ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି । ଏହିଭଳି କଳା ସମ୍ରାଜ୍ୟର ମାଲିକାଣୀ ସାଜିଥିଲେ ଅର୍ଚ୍ଚନା ନାଗ । ଖୋଳତାଡ଼ ଜାରି ରହିଛି । ଆଗକୁ ଆହୁରି ଅଧିକ ବେଆଇନ ସମ୍ପତ୍ତି ମିଳିବାର ସମ୍ଭାବନା ଅଛି ବୋଲି ଆଜି ନୂଆଦିଲ୍ଲୀରେ ବସିଥିବା ଏସଆଇଟି ବୈଠକରେ ରିପୋର୍ଟ ଉପସ୍ଥାପନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । କଳାଧନ ଠାବ କରିବାକୁ ନେଇ ଗଠିତ ହୋଇଥିବା ଏସଆଇଟି ବୈଠକ ଆଜି ଜଷ୍ଟିସ ଅରଜିତ ପଶୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ତେବେ ଅର୍ଚ୍ଚନା ନାଗ ମାମଲାରେ ରାଜ୍ୟ ପୋଲିସର ଭୂମିକାକୁ ନାପସନ୍ଦ କରିଛନ୍ତି ଜଷ୍ଟିସ ପଶାୟତ । ଆଗକୁ ଅର୍ଚ୍ଚନା ମାମଲାର ତଦନ୍ତ ଆୟକର ବିଭାଗ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ରାଜ୍ୟରେ ବଢିଚାଲିଥିବା ନିଶା କରବରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଷ୍ଟିସ ପଶାୟତ । ଜଳେଶ୍ୱର ରାଜ୍ୟର ବ୍ରାଉନସୁଗାର ହବ ପାଲଟିଛି ବୋଲି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବୈଠକରେ ରିପୋର୍ଟ ଦେଇଛି । ନିକଟରେ ଗିରଫ ହୋଇଥିବା ଜଣେ ଡ୍ରଗ୍ସ ମାଫିଆର ସମ୍ପତ୍ତି ୧୦୦ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଏନସିବି ପକ୍ଷରୁ ଏସଆଇଟି ବୈଠକରେ ତଥ୍ୟ ରଖାଯାଇଛି । ତେବେ ଅର୍ଚ୍ଚନା ନାଗ ମାମଲାରେ ଇଡି ଅଧିକ କ୍ରୀୟାଶୀଳ ହୋଇପାରିଲେ ଆହୁରି ଅଧିକ ତଥ୍ୟ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅନ୍ୟପଟେ ଅର୍ଚ୍ଚନା ନାଗଙ୍କୁ ଝାରପଡ଼ା ଜେଲ୍‌ରେ ଇଡି ଜେରା କରିପାରେ ବୋଲି ଚର୍ଚ୍ଚା ହେଉଛି। ତା ପୂର୍ବରୁ ତାଙ୍କ ବାପାଙ୍କୁ ପଚାରଉଚରା ଆରମ୍ଭ ହୋଇଯାଇଥିଲା। ଇଡି ପାଖରେ ହାଜର ହେବା ପରେ ଅର୍ଚନାଙ୍କ ବାପାଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏପଟେ ୧୦ ଦିନ ପାଇଁ ରିମାଣ୍ଡରେ ଥିବା ଅର୍ଚ୍ଚନାଙ୍କ ସହୋଯୋଗୀ ଖଗେଶ୍ୱରକୁ ପଚରାଉଚାର ଜାରି ରଖିଛି ଇଡି। ହେଲେ ଖଗେଶ୍ୱର ଟଙ୍କା ନେଣଦେଣ ନେଇ ହିସାବ ଦେଇପାରୁ ନାହିଁ। ତେବେ ଆର୍ଥିକ କାରବାର, ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନର କିଛି ତଥ୍ୟ ମିଳିଛି। ଏନେଇ ଅର୍ଚ୍ଚନାଙ୍କୁ ଜେରା କରିପାରେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.