thelifelinemedia
Latest Odisha News, Breaking News Today

ଭୁଷୁଡି ପଡିଛି ଟ୍ରାଫିକ୍ ବ୍ୟବସ୍ଥା, ପ୍ରତିବାଦରେ ୧୨ ଘଣ୍ଟିଆ ଖଡିଆଳ ବନ୍ଦ

ନୂଆପଡା: ନୂଆପଡା ଜିଲ୍ଲାର ଖଡ଼ିଆଳ ବହୁ ପୂରାତନ ଏବଂ ଏକ ପ୍ରମୁଖ ସହର । ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ବ୍ୟବସାୟ ପାଇଁ ଜିଲ୍ଲାର ଅଧିକାଂଶ ଲୋକ ଏହା ଉପରେ ନିର୍ଭର କରନ୍ତି । ହେଲେ ଟ୍ରାଫିକ ବ୍ୟବସ୍ଥା ଠିକ ନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି ।

ସୋମବାର ରାତିରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିବା ପରେ ଖଡ଼ିଆଳ ସଚେତନ ନାଗରିକ ମଞ୍ଚ ଉଦବେଗ ପ୍ରକାଶ କରିବା ସହ ଆଜି ବିଭିନ୍ନ ଦାବି ନେଇ ବନ୍ଦ ଡାକରା ଦେଇଛନ୍ତି । ଖଡ଼ିଆଳ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ମନମୁଖି ଭାରିଯାନ ଚଳାଚଳକୁ ବନ୍ଦ କରିବା ସହ ବିଭିନ୍ନ ପ୍ରମୁଖ ଜନଗହଳି ଛକରେ ଟ୍ରାଫିକ ପୁଲିସ ମୁତୟନ ।

ରାସ୍ତାର ବିଭିନ୍ନ ସ୍ଥାନରେ ସ୍ପିଡ଼ ବ୍ରେକର ଦେଇ ସ୍ପିଡ ନିୟନ୍ତ୍ରଣ, ବାଇପାସ ରାସ୍ତା ନିର୍ମାଣ ଏଭଳି ପ୍ରମୂଖ ଦାବି ନେଇ ଖଡ଼ିଆଳ ସହରବାସୀ ଆଜି ସକାଳ ସାତ ଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଖଡ଼ିଆଳ ସହରର ଦୋକାନ ବଜାର ବନ୍ଦ କରିବା ସହ ଯାନବାହନ ଚଳାଚଳକୁ ମଧ୍ୟ ବନ୍ଦ ରଖିଛନ୍ତି ।

Leave A Reply

Your email address will not be published.