thelifelinemedia
Latest Odisha News, Breaking News Today

twitterରେ ବ୍ଲୁ ଟିକ୍‌ ଲାଗି ୮ ଡଲାର ସବସ୍କ୍ରିପସନ ନିଷ୍ପତ୍ତିରୁ ଓହରିଲେ ଏଲନ ମସ୍କ

ସାନଫ୍ରାନସିସ୍କୋ ୧୨।୧୧: ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିବା ପରଠାରୁ ଏଥିରେ ଲଗାତାର ପରିବର୍ତ୍ତନ ହେଉଛି। ନିକଟରେ ଟ୍ୱିଟର ଭେରିଫାଏଡ ବ୍ଲୁ ଟିକ୍‌ ଲାଗି ମାସିକ ୮ ଡଲାର ସବସ୍କ୍ରିପସନ ବ୍ୟବସ୍ଥା ପ୍ରଚଳନ କରିବାକୁ ଘୋଷଣା କରିଥିଲା। ତେବେ ଅଚାନକ ଫେକ୍ ଆକାଉଣ୍ଟର ବନ୍ୟା ଆସିବା ଟ୍ୱିଟର ନୂଆ ମାଲିକଙ୍କ ଯୋଜନାକୁ ପଣ୍ଡ କରିଦେଇଛି। ଫଳରେ ଟ୍ୱିଟର ବ୍ଲୁ ଟିକ୍‌ ଲାଗି ୮ ଡଲାର ସବସ୍କ୍ରିପସନକୁ ବର୍ତ୍ତମାନ ଲାଗି ସସପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛି।

ଟ୍ୱିଟର ହାଇପ୍ରୋଫାଇଲ ଆକାଉଣ୍ଟସ୍‌ ଲାଗି ଅଫିସିଆଲ ବ୍ୟାଜ୍‌ କୁ ମଧ୍ୟ ପ୍ରଚଳନ କରିଛି। କମ୍ପାନୀ ଇଣ୍ଟରନାଲ ଆପ୍ରୁଭଡ ଲିଷ୍ଟ ଅନୁସାରେ ପ୍ରମୁଖ ମିଡିଆ ଆଉଟଲେଟ୍‌ ଓ ବିଜନେସ୍ ହାଇପ୍ରୋଫାଇଲ ଲାଗି ଗ୍ରେ ବ୍ୟାଜ୍‌ ପୁଣି ପ୍ରଚଳନ କରିଛି। ଉଲ୍ଲେଖଯୋଗ୍ୟ ଯେ ଟ୍ୱିଟର ଏବେ ଫେକ୍‌ ଆକାଉଣ୍ଟ ସମସ୍ୟାରେ ଗ୍ରସିତ ହୋଇଛି। ଏଣୁ ବ୍ଲୁ ଟିକ୍‌ ଲାଗି ଭେରିଫାଏ କରାଇ ନିଆଯାଇଥିବା ଫେକ୍ ଆକାଉଣ୍ଟ ଲାଗି ଟ୍ୱିଟର ହାସ୍ୟସ୍ପଦ ହୋଇଛି। କିଛି ଦିନ ପୂର୍ବେ ଟ୍ୱିଟର ଫେକ୍ ଆକାଉଣ୍ଟ କାରଣରୁ କିଛି ଆକାଉଣ୍ଟକୁ ଅଫିସିଆଲ ଲେବୁଲ ଦିଆଯାଇଥିବାର କହିଥିଲେ। ଏ ନେଇ ଏଲନ ମସ୍କ ନିଜେ ଟ୍ୱିଟ୍ ମଧ୍ୟ କରିଥିଲେ।

Leave A Reply

Your email address will not be published.