ନିଆରା ଢଙ୍ଗରେ ହେବ ବାଲିଯାତ୍ରା

ଚଳିତ ଵର୍ଷ ଵାଲିଯାତ୍ରାରେ କଟକର ଐତିହ୍ୟ, ପରମ୍ପରା ଓ ଭାଇଚାରାକୁ ଦର୍ଶାଇଵା ପାଇଁ ନୂଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। କଟକ ଇନ୍ କଟକ ଥିମ୍ ରେ ଵାଲିଯାତ୍ରା ପଡିଆର ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ କଟକର ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ବାର ସହ ହାଇକୋର୍ଟର ଢାଞ୍ଚା ସ୍ଥାନ ପାଇବ ।
କଟକ ଵାଲିଯାତ୍ରା ପଡିଆରେ ତିଆରି ଚାଲିଛି ଶିଖରପୁର ଗୁରୁଦ୍ୱାରର ଢାଞ୍ଚା । ଗୁରୁଦ୍ୱାର ସହ ଵାଵା ଧବଳେଶ୍ୱରଙ୍କ ମନ୍ଦିର, ମିସନ୍ ରୋଡର ବାପିଷ୍ଟ ଚର୍ଚ୍ଚ ଓ ଦରଘାଵଜାରର ଐତିହାସିକ କଦମ୍ ରସୁଲ୍ ମସଜିଦ୍ । କଟକ ଇନ କଟକ ନାଁରେ ହେଉଥିବା ଏହି ସ୍ପେଶାଲ ଏନକ୍ଲୋଜରର ପ୍ରଵେଶ ପଥରେ ରହିବ ହାଇକୋର୍ଟର ଢାଞ୍ଚା । ଏହି ଭଳି ଭାଵେ ଏନକ୍ଲୋଜରରେ କଟକ ଜିଲ୍ଲାର ସଵୁ ପ୍ରମୁଖ ପୀଠ ଓ ସ୍ଥାନ ପାଇବ । କଟକର ଭାଇଚାରା ଓ ଐତିହ୍ୟକୁ ଲୋକଙ୍କ ନଜରକୁ ଆଣିବା ପାଇଁ ଵାଲିଯାତ୍ରା ଅବସରରେ ଜିଲ୍ଲା ପ୍ରଶାସନ ଏଭଳି ପ୍ରୟାସ କରିଛି ।
ଭୁଵନେଶ୍ୱରର ସୁଚିତ୍ରା ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଏହି ଥିମ୍ ପାର୍କ ତିଆରି କରୁଛି । ରାଜ୍ୟର ଜଣାଶୁଣା ସ୍ଥପତି, ଚିତ୍ରକର,ଵିକେ ଆର୍ଟ କଲେଜ ଓ ଵାଣିଵିହାରର ଛାତ୍ର ମାନେ ଏହି କଟକ ଇନ କଟକ ପ୍ରକଳ୍ପକୁ ସୁନ୍ଦର ରୂପ ଦେଉଛନ୍ତି । ମହାନଦୀ କୂଳରେ ଥିବା ପ୍ରାୟ ଚାରି ଶହ ଵଡ ଵଡ ଗଛ ଭିତରେ ଏହି ଥିମ୍ ପାର୍କ ତିଆରି ହେଉଛି ।