thelifelinemedia
Latest Odisha News, Breaking News Today

ନକଲି ଔଷଧ କାରବାର ମାମଲା: ପୁଣି ୨ ଅଭିଯୁକ୍ତ ଗିରଫ

କଟକ: ନକଲି ଔଷଧ କାରବାର ମାମଲାରେ କଟକ କମିସନରେଟ ପୁଲିସ କଟକରୁ ଆଉ ଦୁଇ ଜଣକୁ ଗିରଫ କରିଛି। ନୟାସଡ଼କ ଏବଂ ନିମଚଉଡି ଅଞ୍ଚଳରେ ଦୁଇ ଷ୍ଟକିଷ୍ଟି ସିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୮ ହଜାର ଷ୍ଟ୍ରିପ ନକଲି ଟେଲମା୪୦ ଔଷଧ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ।

ଏହି ଦୁଇ ଷ୍ଟକିଷ୍ଟ ପୂର୍ବରୁ ଗିରଫ ହୋଇଥିବା ଦୁଇଟି ଷ୍ଟକିଷ୍ଟି ଭିଆର ଏଜେନ୍ସି ଏବଂ ପୂଜା ଏଣ୍ଟରପ୍ରାଇଯାରର୍ସ ଠାରୁ ନକଲି ଔଷଧ କିଣି ଛୋଟ ଛୋଟ ଫାର୍ମାକୁ ଔଷଧ ବିତରଣ କରୁଥିଲେ।

ତେବେ ନକଲି ଔଷଧ କାରବାର ଘଟଣାରେ ଡ୍ରଗ୍ସ କଂଟ୍ରୋଲ ବିଭାଗ ଏବଂ ପୁଲିସ ଜାଣିବା ପରେ ଏହି ଦୁଇଟି ଷ୍ଟକିଷ୍ଟ ଉପରେ ଚଢ଼ଉ କରି ବିପୁଳ ପରିମାଣର ଔଷଧ ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଏହି ଦୁଇ ଜଣ କେବେ ଠାରୁ ନକଲି ଔଷଧ କାରବାର କରୁଥିଲେ ଅଉ କାହାକୁ କାହାକୁ ଔଷଧ ବିତରଣ କରିଛନ୍ତି ସେସବୁ ତଦନ୍ତ ଚାଲିଛି ଏବଂ ଦୁଇ ଷ୍ଟକିଷ୍ଟଙ୍କ ଆର୍ଥିକ କାରବାରକୁ ନେଇ ମଧ୍ୟ ପୁଲିସ ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି।

Leave A Reply

Your email address will not be published.