thelifelinemedia
Latest Odisha News, Breaking News Today

ମାୟନଗରୀକୁ ଗଲେ ପ୍ରକୃତି ମିଶ୍ର, ସାଙ୍ଗରେ ଯାଇଛନ୍ତି ମାଆ

ଭୁବନେଶ୍ୱର: ମୁମ୍ବାଇ ଗଲେ ପ୍ରକୃତି ମିଶ୍ର । ଭୁବନେଶ୍ୱର ଛାଡି ବିମାନ ଯୋଗେ ମୁମ୍ବାଇ ଗଲେ ପ୍ରକୃତି ମିଶ୍ର । ସୋମବାର ସକାଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମୁମ୍ବାଇ ଯାଇଛନ୍ତି ପ୍ରକୃତି ।

ସୂଚନା ଅନୁସାରେ, ଗତ ୨୩ ତାରିଖରେ ରାଜଧାନୀ ରାଜରାସ୍ତାରେ ଘଟିଥିବା ହାଇଡ୍ରାମା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଚର୍ଚ୍ଚାକୁ ଆସିଥିଲେ । ଯାହାକୁ ଗଣମାଧ୍ୟମରେ ସେ ଖୁବ୍‌ ଚର୍ଚ୍ଚାରେ ରହିଥିଲେ । ଆଉ ଏବେ ରାଜରାସ୍ତାରେ ଘଟିଥିବା ଘଟଣାର ୯ ଦିନ ପରେ ନିଜ କର୍ମକ୍ଷେତ୍ରକୁ ଯାଇଛନ୍ତି ପ୍ରକୃତି ମିଶ୍ର ।

କମିଶନରେଟ୍‌ ପୋଲିସ ଅନୁମତି ପରେ ମୁମ୍ବାଇ ଯାଇଥିବା ସୂଚନା । ସୋମବାର ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଯୋଗେ ମୁମ୍ବାଇ ଯାଇଛନ୍ତି ପ୍ରକୃତି ମିଶ୍ର । ତେବେ ପ୍ରକୃତିଙ୍କ ସହ ତାଙ୍କ ମାଆ ମଧ୍ୟ ଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.