ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

ସାନଖେମୁଣ୍ଡି: ବୁଧବାର ସନ୍ଧ୍ୟା ସମୟରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ । ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପାଟପୁର ପୋଲିସ l ଅଭିଯୁକ୍ତମାନେ ହେଲେ ପୋଡାମାରି ଗ୍ରାମର ପି. ପ୍ରଶାନ୍ତ କୁମାର ସୁବୁଦ୍ଧି, ଏ. ସିମାଞ୍ଚଳ ପାତ୍ର, ସନ୍ତୋଷ କୁମାର ପାଢ଼ୀ, ଡେଙ୍ଗାଓସ୍ତା ଗ୍ରାମର ୟୁ ଭଗବାନ ପାତ୍ର l ପାଟପୁର ପୋଲିସ କୌଣସି ସୂତ୍ରରୁ ଖବରପାଇ ଡେଙ୍ଗାଓସ୍ତା ଓ ପୋଡାମାରିରେ ବେଆଇନ ବାଣ ଗୋଦାମ ଘରେ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଗଛିତ ବେଆଇନ ବାଣ ଜବତ କରିଛି ପାଟପୁର ପୋଲିସ ।