thelifelinemedia
Latest Odisha News, Breaking News Today

ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ସରକାରୀ ଚାକିରୀ ଦେବାକୁ କହି ମହିଳାଙ୍କୁ ଗଣଦୁଷ୍କର୍ମ କଲେ ମୁଖ୍ୟ ଶାସନ ସଚିବ । ଉଚ୍ଚ-ପଦସ୍ଥ ସରକାରୀ ଅଧିକାରୀଙ୍କ ଏପରି ଘୃଣ୍ୟ କାର୍ଯ୍ୟ ଆଣ୍ଡାମାନ୍‌ ଏବଂ ନିକୋବର ଦ୍ୱିପରେ ଦେଖିବାକୁ ମିଳିଛି । ବରିଷ୍ଠ ପ୍ରଶାସନିକ ଅଧିକାରୀ ଜିତେନ୍ଦ୍ର ନାରାୟଣଙ୍କ ନାମରେ ଏପରି ଅଭିଯୋଗ ହୋଇଛି । ଜଣେ ୨୧ ବର୍ଷୀୟ ମହିଳା ନାରାୟଣ ଏବଂ ଅନ୍ୟ ଜଣେ ଆଇଏଏସ୍‌ ଅଧିକାରୀ ଆର୍‌ଏଲ୍‌ ଋଷି ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ।

ମହିଳା ଜଣକ ଚାକିରୀ ଖୋଜୁଥିବା ବେଳେ ଜଣେ ହୋଟେଲ୍‌ ମାଲିକ ତାଙ୍କୁ ଆଇଏଏସ୍‌ ଅଧିକାରୀ ଆର୍‌ଏଲ୍‌ ଋଷିଙ୍କ ସହ ସାକ୍ଷାତ କରାଇଥିଲେ । ଋଷି ତାଙ୍କୁ ସରକାରୀ ଚାକିରୀ କରାଇଦେବାକୁ କହି ତାଙ୍କ ଅନିଚ୍ଛା ସତ୍ତ୍ୱେ ଜିତେନ୍ଦ୍ରଙ୍କ ସହ ଭେଟ କରାଇଥିଲେ । ଜିତେନ୍ଦ୍ର ତାଙ୍କୁ ତାଙ୍କ ଘରେ ମଦ ପିଇବା ପାଇଁ ଅଫର୍‌ କରିଥିବା ବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ପରେ ସେମାନେ ଦୁହେଁ ମିଶି ତାଙ୍କୁ ଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.