ପୁରସ୍କାର ପାଇଲା କନ୍ଧମାଳ ହଳଦୀ

ଫୁଲବାଣୀ: କନ୍ଧମାଳ ହଳଦୀକୁ ପୁଣି ମିଳିଲା ଏନଆଇପି ଆୱାର୍ଡ l କୃଷି ବର୍ଗରେ ସବୁଠାରୁ ଅଧିକ ଭୋଟ ପାଇ ଏହି ପୁରସ୍କାର ପାଇଛି କନ୍ଧମାଳ ହଳଦୀ l ନୂଆଦିଲ୍ଲୀରେ ଆଇପି କନଫରେନ୍ସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପସ୍ଥିତିରେ ଏହି ପୁରସ୍କାର ଦିଆଯାଇଛି। ତେବେ ଏହି ପୁରସ୍କାର ଗ୍ରହଣ କରିବାକୁ କେହି ନଥିଲେ। ଏହା ପୂର୍ବରୁ ଉତ୍କୃଷ୍ଟ ମାନ ଓ ଗୁଣବତ୍ତାପାଇଁ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ ମିଳିଥିଲା। ଏବେ ୨୦୨୧-୨୨ ପାଇଁ ଏନଆଇପି ପୁରସ୍କାପ ମିଳିଛି
ପ୍ରଥମ ଥର ପାଇଁ ଜିଆଇ ମାନ୍ୟତା ପାଇଥିବା ସାମଗ୍ରୀକୁ ନେଇ (ନ୍ୟାସନାଲ ଇଣ୍ଟେଲେକଚୁଆଲ ପ୍ରପର୍ଟି )ଏନଆଇପି ଆୱାର୍ଡ ଆୟୋଜିତ ହୋଇଥିଲାl ଏଥିପାଇଁ ଭୋଟିଂ ମାଧ୍ୟମରେ ଦେଶରେ ଜନମତ ସର୍ଭେ ହୋଇଥିଲl ସର୍ଭେରେ ସବୁଠାରୁ ଅଧିକ ଭୋଟ ପାଇଥିବା ସାମଗ୍ରିଗୁଡିକୁ ପୁରସ୍କୃତ ହୋଇଥିଲାl କୃଷି, କଳା, ଖାଦ୍ୟସାମଗ୍ରୀ ଆଦି ୫ଟି ବର୍ଗରେ ଏହି ପୁରସ୍କାର ଦିଆଯାଇଥିଲା l