thelifelinemedia
Latest Odisha News, Breaking News Today

ଓସିଏ ଉପରେ ବିଜେଡିର ହେଭିୱେଟ୍ ନେତାଙ୍କ ନଜର

ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଯାଜପୁର କ୍ରିକେଟ ଆସୋସିଏସନ୍ ଓସିଏକୁ ପଠାଇବା ପରେ, ସଭାପତି ପଦ ଉପରେ ତାଙ୍କର ନଜର ଥିବା ଅନୁମାନ କରାଯାଉଥିଲା । ଯାହା ଆଜି ପୁରୀରେ ବସିଥିବା ବୈଠକରେ ସ୍ପଷ୍ଟ ହୋଇଯାଇଛି । କୁହାଯାଉଛି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ନେତୃତ୍ୱରେ ପୁରୀର ଏକ ହୋଟେଲରେ ଏକାଠି ହୋଇଥିଲେ ଓଡିଶା କ୍ରିକେଟ୍ ଆସୋସିଏସନର ୪୨ ସଦସ୍ୟ । ଆଉ ସମସ୍ତେ ପ୍ରଣବ ପ୍ରକାଶ ଦାସଙ୍କୁ ଓସିଏ ସଭାପତି ପ୍ରାର୍ଥୀତ୍ୱ ନେଇ ସମ୍ମତି ଜଣାଇଥିବା କୁହାଯାଉଛି ।

Leave A Reply

Your email address will not be published.