thelifelinemedia
Latest Odisha News, Breaking News Today

ବାହାଘରର ୪ ମାସ ପରେ ସରୋଗେସୀରେ ହେଲା ନୟନତାରାଙ୍କ ଜାଆଁଳା ପିଲା

ଚେନ୍ନାଇ: ତାମିଲ ଷ୍ଟାର୍ ନୟନତାରା ଓ ତାଙ୍କ ସ୍ୱାମୀ ବିଘ୍ନେଶ ଶିବନ ସରୋଗେସୀ ଉପାୟରେ ଦୁଇ ଜାଆଁଳା ପିଲାର ବାପାମା ହୋଇଛନ୍ତି। ଏହି ସେଲିବ୍ରେଟି କପଲ ନିଜ ପିଲାକୁ ପାଖରେ ପାଇ ଖୁସି ମନାଉଥିବା ବେଳେ ପଛରେ ପଡ଼ିଯାଇଛନ୍ତି ସରକାର। ନୟନତାରାଙ୍କର ଜାଆଁଳା ପିଲା କେମିତି ହେଲା ଏବେ ଯାଞ୍ଚ କରିବେ ତାମିଲନାଡୁ ସରକାର। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ନୟନତାରା ଓ ତାଙ୍କ ସ୍ୱାମୀ ବିଘ୍ନେଶ ଶିବନଙ୍କ ଉପରେ ସରୋଗେସୀ ନିୟମର ଉଚିତ ପାଳନ ନେଇ ପ୍ରଶ୍ନ ଉଠିଛି। ସେଲିବ୍ରେଟି ଦମ୍ପତି ନିୟମର ପାଳନ କରିଛନ୍ତି କି ନାହିଁ ଏବେ ଯାଞ୍ଚ କରିବେ ସରକାର। ଏନେଇ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ସୁବ୍ରମଣ୍ୟମ କହିଛନ୍ତି ଯେ ମାମଲାର ଯାଞ୍ଚ ଚାଲିଛି। ଦମ୍ପତି ସରୋଗେସୀ ନିୟମର ଠିକ ପାଳନ କରିଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଆସନ୍ତାକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଏ ବିଷୟରେ ପଚରାଉଚରା କରିବେ ବୋଲି ସୂଚନା ମିଳିଛି।

ଗତ ରବିବାର ବିଘ୍ନେଶ ଶିବନ ବାପା ହେବାର ଖୁସିକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ତାଙ୍କର ଦୁଇଟି ଜାଆଁଳା ପିଲା ହୋଇଛି ବୋଲି ଲେଖିବା ସହ ବାପାମା ଦୁଇ ଶିଶୁର ପାଦକୁ ଚୁମା ଦେଉଥିବା ଫଟୋରେ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.