thelifelinemedia
Latest Odisha News, Breaking News Today

ବିଶ୍ୱବ୍ୟାଙ୍କ ହ୍ରାସ କଲେ ଭାରତର ବିକାଶ ହାର ଅନୁମାନ

ନୂଆଦିଲ୍ଲୀ ୬।୧୦: ବିଶ୍ୱବ୍ୟାଙ୍କ ଭାରତର ବିକାଶ ଅନୁମାନକୁ ୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଫଳରେ ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥନୀତି ଭାବେ ଉଭା ହେବାକୁ ଯାଉଥିବା ଭାରତ ଲାଗି ଏହା ଏକ ବଡ ଝଟକା ବୁଝା ଯାଉଛି। ୨୦୨୨-୨୩ରେ ଭାରତର ବିକାଶ ଅନୁମାନ ୭.୫ ପ୍ରତିଶତ ଆଶା କରାଯାଉଥିଲା। ତେବେ ବିଶ୍ୱବ୍ୟାଙ୍କ ଏହାକୁ ୬.୫ ପ୍ରତିଶତ ହୋଇପାରେ ବୋଲି ଆକଳନ କରିଛନ୍ତି।

ରିପୋର୍ଟ ଅନୁସାରେ ବିଶ୍ୱବ୍ୟାଙ୍କ ଗୁରୁବାର ଭାରତ ଲାଗି ବିକାଶ ପୂର୍ବାନୁମାନକୁ ସଂଶୋଧନ କରିଛନ୍ତି। ଏଥିରେ ୨୦୨୨-୨୩ରେ ବିକାଶ ଅନୁମାନ ୬.୫ ପ୍ରତିଶତ ରହିପାରେ ବୋଲି ଆକଳନ କରିଛନ୍ତି। ତେବେ ବିଶ୍ୱବ୍ୟାଙ୍କ ଏପରି ହ୍ରାସ ନେଇ କାରଣ ମଧ୍ୟ କହିଛନ୍ତି। ଏଥିରେ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ  ବୈଶ୍ୱିକ ମୌଦ୍ରିକ କଟକଣାର ପ୍ରଭାବ ମଧ୍ୟ ଭାରତ ଉପରେ ପଡିବ ବୋଲି ଉଲ୍ଲେଖ କରିଛନ୍ତି। ଏଣୁ ବିକାଶ ହାର ହ୍ରାସ ହୋଇପାରେ ବୋଲି କହିଛନ୍ତି।

Leave A Reply

Your email address will not be published.