ଦଶହରା ପୂର୍ବରୁ ଏସ୍ଟିଏଫ୍କୁ ସଫଳତା, ରାଜଧାନୀରୁ ଜବତ ହେଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍ସୁଗାର

ଭୁବନେଶ୍ୱର,୦୧/୧୦: ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ବର ହଳଦୀପଡିଆ ବସ୍ତିରୁ ୧ କେଜି ୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ୍ । ଏଥିରେ ଜଡ଼ିତ ବ୍ରାଉନସୁଗାର ବେପାରୀ ସିଦ୍ଧାର୍ଥ ନାୟକକୁ ଗିରଫ କରିଛି ପୋଲିସ୍ । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୧ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । କ୍ରାଇମବ୍ରାଞ୍ଚ ଡିଆଇଜି ଜୟ ନାରାୟଣ ପଙ୍କଜ ଏନେଇ ସୂଚନା ଦେଇଛନ୍ତି ।