thelifelinemedia
Latest Odisha News, Breaking News Today

ଆସନ୍ତାକାଲି ମିଳିବ ପିଏମ୍ କିଷାନ୍ ଟଙ୍କା:୨୪ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ୍‌ ଖାତାକୁ ଆସିବ

ଓଡ଼ିଶାର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ଖାତାକୁ ମୋଟ ୭୦୭,୮୫,୯୪,୦୦୦ ଟଙ୍କା ହସ୍ତାନ୍ତର କରାଯିବ

ନୂଆଦିଲ୍ଲୀ: ଆସନ୍ତାକାଲି ମିଳିବ ପିଏମ୍ କିଷାନ୍ ଟଙ୍କା। ପ୍ରଧାନମନ୍ତ୍ରୀ କିଷାନ ଉତ୍ସବ ଦିବସ ଅବସରରେ ଅକ୍ଟୋବର ୩୦ (ଶୁକ୍ରବାର) ପ୍ରଧାନମନ୍ତ୍ରୀ କିଷ‌ାନ ସମ୍ମାନ ନିଧି (ପିଏମ୍‌ କିଷ‌ାନ) ଯୋଜନାର ୨୪ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ୍‌ ଖାତାକୁ ଆସିବ। ଏହି କ୍ରମରେ, ଓଡ଼ିଶାର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ଖାତାକୁ ମୋଟ ୭୦୭,୮୫,୯୪,୦୦୦ ଟଙ୍କା ହସ୍ତାନ୍ତର କରାଯିବ।

ଏନେଇ ଗୁଜରାଟର ବନାସକାଣ୍ଠା ଠାରେ ଜାତୀୟସ୍ତରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶବ୍ୟାପୀ ଚାଷୀଙ୍କୁ ଏହି କିସ୍ତି ପ୍ରଦାନ କରିବେ। ସେହିପରି ଓଡ଼ିଶା ପାଇଁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଶୁକ୍ରବାର ପୂର୍ବାହ୍ନ ୯ଟାରେ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ଖାତାକୁ ମୋଟ ୭୦୭,୮୫,୯୪,୦୦୦ ଟଙ୍କା ହସ୍ତାନ୍ତର କରାଯିବ।

Leave A Reply

Your email address will not be published.