thelifelinemedia
Latest Odisha News, Breaking News Today

ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା: ହାତକୁ ଦି ହାତ ହେଲେ ଓଲିଉଡ଼ ନାୟିକା 

ଭୁବନେଶ୍ୱର: ବାହା ହେଲେ ଓଲିଉଡ଼ ନାୟିକା ଏଲିନା। ପ୍ରେମିକ ଅନୁରାଗଙ୍କ ହାତ ଧରିଲେ ଓଲିଉଡ଼ ଜଗତର ଚୁଲବୁଲି ନାୟିକା । ଲମ୍ବା ସମୟଧରି ପ୍ରେମ ସମ୍ପର୍କରେ ଥିଲେ ଏଲିନା ଓ ଅନୁରାଗ ପଣ୍ଡା। ଶେଷରେ ପ୍ରେମ ବିବାହର ରୂପ ନେଇଛି।ପ୍ରେମିକ ଅନୁରାଗଙ୍କୁ ସାତ ଜନମର ସାଥୀ କରିଛନ୍ତି। ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ଏଲିନାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ପରିବାର ଲୋକ ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ହୋଇଛି।

ଏଲିନା ହେଉଛନ୍ତି ଓଲିଉଡ଼ ଜଗତର ଜଣେ ଚର୍ଚ୍ଚିତ ନାୟିକା। କମ ସମୟରେ ସଫଳତା ପାଇଥିବା ଅଭିନେତ୍ରୀ ହେଉଛନ୍ତି ଏଲିନା।ନିଜ ଦକ୍ଷତା ଓ ଅଭିନୟ ଦ୍ୱାରା ସେ ଓଡ଼ିଆ ସିନେମାରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ୨୦୧୫ରେ ଓଡ଼ିଆ ସିନେମାରେ ଏଣ୍ଟ୍ରି ମାରିଥିଲେ। ପ୍ରଥମ ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ। ଏଵେ ସେ ଜଣେ ଆଗଧାଡିର ନାୟିକା ଭାବେ ପରିଚୟ ପାଇଛନ୍ତି। ଏଵେ ଏହି ନାୟିକା ସିଙ୍ଗଲରୁ ମିଙ୍ଗଲ ହେଇଛନ୍ତି।

Leave A Reply

Your email address will not be published.