thelifelinemedia
Latest Odisha News, Breaking News Today

ବଦଳିଲା ନିଷ୍ପତ୍ତି, କମିବ ନାହିଁ ପେଟ୍ରୋଲ-ଡିଜେଲ୍ ଦାମ

ନୂଆଦିଲ୍ଲୀ: ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପ୍ରତି ୪୦ ପଇସା କମିବ ବୋଲି ସୋମବାର ଘୋଷଣା କରିଥିଲେ ତୈଳ ବିପଣନକାରୀ କମ୍ପାନି। ମଙ୍ଗଳବାର ସକାଳ ୬ଟା ଠାରୁ ନୂଆ ମୂଲ୍ୟ ଲାଗୁ ହେବ ବୋଲି ସୂଚନା ମିଳିଥିଲା। ଏପରିକି ପେଟ୍ରୋଲ ଓ ଡିଜେଲ ଦରର ୪୦-୪୦ ପଇସା ହ୍ରାସ କରିବା ପାଇଁ ତୈଳ କମ୍ପାନୀଗୁଡ଼ିକ ନିଷ୍ପତ୍ତି ନେଇଥିଲେ। ଏହା ଜନତାଙ୍କ ପାଇଁ ବଡ ଆଶ୍ଵସ୍ତିକର ଖବର ଥିଲା। ତେବେ ମଙ୍ଗଳବାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଘଟିଛି। ଇଣ୍ଡିଆନ ଓଏଲ କର୍ପୋରେସନ(ଆଇଓସି) କହିଛି ଯେ, ସୋମବାର ପେଟ୍ରୋଲ ଏବଂ ଡିଜେଲ୍ ଲିଟର ପିଛା ୪୦ ଟଙ୍କା ହ୍ରାସ ନେଇ ଯେଉଁ ଘୋଷଣା ହୋଇଥିଲା ତାହା ଲାଗୁ ହେବ ନାହିଁ।

ଫଳରେ ନୂଆଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୯୬.୭୨ ଟଙ୍କାରେ ସ୍ଥିର ରହିଥିବା ବେଳେ ମୁମ୍ବାଇରେ ୧୦୬.୩୧, କୋଲକାତାରେ ୧୦୬.୦୩ ଓ ଚେନ୍ନାଇରେ ୧୦୩.୬୩ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ୧୦୩.୧୧ ପଇସା ରହିଛି। ଏହା ପୂର୍ବରୁ ଏପ୍ରିଲ ମାସରେ ଶେଷ ଥର ତେଲ ମୂଲ୍ୟରେ ହ୍ରାସ ପାଇଥିଲା। ମେ ୨୨ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ କେନ୍ଦ୍ରୀୟ ଶୁଳ୍କ ହ୍ରାସ କରିଥିଲେ।

ସୂଚନାଯୋଗ୍ୟ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତୈଳ ଦରରେ ୪୦ ପଇସା ଲେଖାଏଁ ହ୍ରାସ ହେବ ବୋଲି କୁହାଯାଇଥିଲା। ଏମିତି ହେଲେ ପେଟ୍ରୋଲ ଓ ଡିଜେଲ ଦରର ମୋଟ ୨ ଟଙ୍କା ହ୍ରାସ ହେଉଥିଲା। ତେବେ ୨୪ ଘଣ୍ଟା ନଯାଉଣୁ ଆଇଓସି ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି। ସୂଚନାଯୋଗ୍ୟ, ଦେଶରେ ତେଲ୍ ଦାମ ବଢିବ କି କମିବ ତାହା ଅନ୍ତରାଷ୍ଟ୍ରୀୟ ଅଶୋଧିତ ତୈଳ ବଜାର ଉପରେ ନିର୍ଭରଶୀଳ। ତେବେ ବର୍ତ୍ତମାନ ଅଶୋଧିତ ତୈଳ ଦର ସ୍ଥିର ରହିଛି।

Leave A Reply

Your email address will not be published.